Sunday, February 23, 2025

mone mone paapo no koro ମନେ ମନେ ପାପ ନ କର । ଘୋଷା Odia Christian Lyrics

ମନେ ମନେ ପାପ ନ କର । ଘୋଷା ।

କେ ଜାଣୁ ନାହିଁ ବୋଲି କେବେ ତୁ ନ ଯା’ ଭୁଲି,

ପ୍ରଭୁ ଦେଖୁଛନ୍ତି ତୋର ଅନ୍ତର । ୧ ।

ମନ ମୂଳ ପାପର ମଞ୍ଜି ଯେହ୍ନେ ଫଳର,

ମନ ସିନା ହେବ ଜବାବଦାର । ୨ ।

ପର ଅନିଷ୍ଟ ଚିନ୍ତା ପରଶ୍ରୀକାତରତା,

ମନରୁ ଏ ପାପ କର ବାହାର । ୩ ।

କୁଦୃଷ୍ଟି ଅନୁରକ୍ତି      କୁତ୍ସିତ କଥାଶକ୍ତି,

ଏଥିରେ ହୁଅଇ ମନ ପାମର । ୪ ।

ଗର୍ବ ଦାମ୍ଭିକ ପଣ     ଗୁମାନ ଅହଂଗୁଣ,

ଏହା ବହି ମନ ହୁଏ ଏସାର । ୫ ।

ଯେତେ କୁଅଭିଳାଷଯାହା ନୋହେ ପ୍ରକାଶ,

ପ୍ରଭୁ ତା ନିକାଶ ନେବେ ନିକର । ୬ ।

ଏସବୁ ପାପଯାକ     ହେଲେ ହେଁ ମାନସିକ 

ଗୋଟି ଗୋଟି ହୋଇ ହେବ ବିଚାର । ୭ ।

ମନକୁ ଜଗିଥାଅ      ପାପେ ଛାଡ଼ି ନ ଦିଅ,

ପ୍ରାର୍ଥନାରେ ତାକୁ ଆୟତ୍ତ କର । ୮ ।

mono aatma jishunku debi tanku sebibi ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବିବି Odia Christian Lyrics

 

ମନ ଆତ୍ମା ଯୀଶୁଙ୍କୁ ଦେବିତାଙ୍କୁ ସେବିବି;

ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । ଘୋଷା ।

ଯୀଶୁ ମୋର ସୃଷ୍ଟିକର୍ତ୍ତାମୋ ଆତ୍ମାର ସେ ବେବର୍ତ୍ତା;

ତାଙ୍କ ହସ୍ତେ ସବୁ ଭାର ଦେଇ ଶାନ୍ତି ଭୋଗିବି । ୧ ।

ଯୀଶୁ ମୋ ଜୀବନାକରସତ୍ୟ ଜ୍ୟୋତିଃ ସେ ମୋହର;

ଜୀବନ ଜ୍ୟୋତିଃ ଶକ୍ତିରେ ନିତ୍ୟଜୀବୀ ହୋଇବି । ୨ ।

ଯୀଶୁ ମୋତେ ପ୍ରେମ କଲେମୋ ପାଇଁ ସେ ପ୍ରାଣ ଦେଲେ;

ତାଙ୍କୁ ପ୍ରେମ ମୁଁ ନ କଲେ ଆତ୍ମଘାତୀ ହୋଇବି । ୩ ।

ଯୀଶୁ କେଡ଼େ ମନୋହର,          ସର୍ବାଙ୍ଗରେ ସେ ସୁନ୍ଦର;

ହୃଦ-ମନ୍ଦିରେ ବସାଇ ତାଙ୍କୁ ପୂଜା କରିବି । ୪ ।

ଯୀଶୁ ଜିତେନ୍ଦ୍ରିୟ ବରପାପହର୍ତ୍ତା ଧର୍ମବୀର;

ମୃତ୍ୟୁଞ୍ଜୟ ନରେଶ୍ୱରମୁଁ କି ବର୍ଣ୍ଣି ପାରିବି । ୫ ।

mono tuhi jaanu naahun ki ମନ ତୁହି ଜାଣୁ ନାହିଁ କି Odia Christian Lyrics


ମନ ତୁହି ଜାଣୁ ନାହିଁ କି

କରୁଛନ୍ତି ନିବେଦନ ଯୀଶୁ ତୋ ତ୍ରାଣ ପାଇଁକି । ଘୋଷା । 

 

ଯେଉଁ ଯୀଶୁ ଥରେବହିଥିଲେ ତୋର ପାପ ନିଜ ପୃଷ୍ଠରେ

ସେହି ଯୀଶୁ ଏହିକ୍ଷଣେ          ବସି ପିତାଙ୍କ ଦକ୍ଷିଣେ 

ହୋଇଛନ୍ତି ତୋ ମଧ୍ୟସ୍ଥ ତ୍ରାଣ ସାଧିବା ପାଇଁକି । ୧ ।

ସେହି ଯୀଶୁ ଥରେବହିଥିଲେ କ୍ରୁଶକାଠ ଅତି କଷ୍ଟରେ

ତହିଁ ହୋଇ କ୍ଷତଯୁକ୍ତ ହେଲେ ତୋର ପାଇଁ ହତ

ଏବେ ଦେଖାନ୍ତି ସେ କ୍ଷତ ତୋହର ରକ୍ଷା ପାଇଁକି । ୨ 

 

ଦେଖ ଆରେ ମନପ୍ରକାଶିଲେ ଯୀଶୁ ତୋହ ପ୍ରତି କି ପ୍ରେମ

କରନ୍ତି ସେ ନିବେଦନ ଦିବାରାତ୍ର ଅନୁକ୍ଷଣ

ଏହି ହେତୁ ତୋ ସୁରକ୍ଷାଏହା ଜଣା ନୁହଁଇ କି । ୩ 

କହୁଛି ବୁଝାଇଘେନ ତୁ ମୋର ବଚନ ସୁସ୍ଥିର ହୋଇ,

ଯୀଶୁ ତୋର ମହା ପୁଣ୍ୟ ପୁଣି ଅନନ୍ତ ଜୀବନ,

ଏଣୁ ଧର ତାଙ୍କ ପାଦ ଏବେ ତୋ ମୁକ୍ତି ପାଇଁକି । ୪ ।

ଆରେ ମଢ଼ ମନହେଳା କରି ନ ଧରୁ ତୁ ଯୀଶୁ ଚରଣ,

ଶୁଭକାଳ ଏଡ଼ି ଦେଉ,                ମୁକ୍ତି ମାର୍ଗ ଛାଡ଼ି ଦେଉ,

ତେବେ ତାଙ୍କ ବିନୁ ରକ୍ଷା ଆଉ ପାଇ ପାରିବୁ କି । ୫ 

moro dukhi dhana jubaameso ମୋର ଦୁଃଖୀଧନ ଯୁବାମେଷ Odia Christian Lyrics


ମୋର ଦୁଃଖୀଧନ ଯୁବାମେଷ

କ୍ରୁଶେ ହୋଇ ହତ କରି ପ୍ରାୟଶ୍ଚିତ୍ତ

କଲେ ମୋ ଦୂରିତ ମାର୍ଜ୍ଜନା ନିଃଶେଷ । ଘୋଷା ।

ସେ ରଙ୍ଗ ବସନ କଲେ ପରିଧାନ,

କଣ୍ଟା ମୁକୁଟେ ପାଇଲେ ଅପମାନ;

ଯେସନେ ମୁଁ ତ୍ରାଣ-ବସନ ପିନ୍ଧିଣ 

ଗୌରବ ମୁକୁଟେ ହୋଇ ବିଭୂଷଣ । ୧ । 

 

ସହିଲେ କଷଣ କ୍ରୁଶୀୟ ଯାତନ,

ଆବର ପିତାଙ୍କ କ୍ରୋଧରୂପ ବାଣ;

ମୁଁ ଛାର ଯେସନ ପାଇ ସମ୍ମିଳନ ହେବି 

ପିତାଙ୍କର ସ୍ନେହପାତ୍ର ଜାଣ । ୨ । 

 

ସେ ବର୍ଚ୍ଛା ଆଘାତ କୋରଡ଼ାର କ୍ଷତ ଆବର 

ରୁଧିର ଜଳମିଶା ସ୍ରୋତ ହୋଇଲା କ୍ଷରିତ ମୋହ ମଙ୍ଗଳାର୍ଥ,

ହୁଏ ତହିଁ ସୁସ୍ଥ ମୋ ପୀଡ଼ା ସମସ୍ତ । ୩ ।

 

 ହେଲେ ସେ ଗଣିତ ଦୋଷୀଙ୍କ ସହିତ 

ଅବଶେଷେ ପୁଣି ହୋଇଲେ ସେ ମୃତ,

ହୋଇ ମୁଁ ଯେମନ୍ତ ସ୍ୱର୍ଗଦୂତ ମତ,

ବଞ୍ôଚବି ଅନନ୍ତ କାଳ ପରର୍ଯ୍ୟନ୍ତ      । ୪ ।

mono ki pain muhin doribi hebaaku paari jardono nayee ମନ କିପାଇଁ ମୁହିଁ ଡରିବି ହେବାକୁ ପାରି Odia Christian Lyrics

 

ମନ କିପାଇଁ ମୁହିଁ

ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା । 

 

କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର,

ଅନେକ ଆପଦ ଭୟ ସଙ୍କଟ କରିଛି ଜୟ,

ଏବେ କି ହଟିବି ପଛେ କାତର ହୋଇ । ୧ । 

 

କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ !

ଏଡ଼େ ସାଧ ଯହିଁ ପାଇଁ          କରି ଆସିଅଛି ମୁହିଁ,

ବସିବି କି ତାର ଦ୍ୱାରେ ଦୁଃଖକୁ ଧ୍ୟାୟୀ । ୨ 

ଯୀଶୁ ମୋହରି ଆଗେ ଯାଇଛନ୍ତି ବାରେ ତାକୁ ହୋଇଣ ପାରି,

ଏବେ ସେ ମୁକୁଟ ଧରି ଡାକନ୍ତି ହସ୍ତ ବିସ୍ତାରି,

ନ ଯିବି ତାଙ୍କ ଡାକ ଶୁଣି ମୁଁ ଧାଇଁ । ୩ 

ନାହିଁ ହେ ନାହିଁ ନାହିଁନିଶ୍ଚୟେ ପଶିବି ମୁଁ ସେ ଯର୍ଦ୍ଦନେ ଯାଇ,

ତାର ଗଭୀର କଲ୍ଲୋଳ ହେଉ ପଛକେ ପ୍ରବଳ

ପ୍ରଭୁ ବଳେ ନିଶ୍ଚେ ପାରି ହୋଇବି ମୁହିଁ । ୪ ।

mone dyaayi kede shanti mote miloyee ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ Odia Christian Lyrics


ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ;

ମୋ ଦିନ ବହନ ଯାଉଛି ବହି । ଘୋଷା ।

ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି,

ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି

ଦିନୁଁ ଦିନୁଁ ପାଖେ ନିଅଇ । ୧ ।

କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ,

ଦିନୁଁ ଦିନୁଁ ତାହା ଆନନ୍ଦ କି ନ ବଢ଼ଇ ?

ସେପରି ଆନନ୍ଦ ମୋ ଅନୁଭବ ହୁଅଇ,

ଦିନକୁ ସ୍ୱପ୍ନ ମୁଁ ମଣଇ । ୨ । 

 

କି ପରମ ସେହି ସ୍ୱର୍ଗୀୟ ଧାମ ଅଟଇ !

ତାହାକୁ ଉପମା ଦେବା ପାଇଁ ଆଉ ନାହିଁ,

ମାନବର ଜନମ ଯେ ସଫଳ ହୁଅଇ ବାରେ ଦୃଷ୍ଟି ପଡ଼ିଲେ ତହିଁ । ୩ ।

ଯେ ମୋତେ କରିଲେ ପ୍ରେମ ନିଜ ପ୍ରାଣ ଦେଇ,

ଦେଖିବି ତହିଁ ତାହାଙ୍କୁ ସମୀପରେ ଥାଇ,

ମଣିବି ସବୁ କାମନା ସିଦ୍ଧ ବୋଲି ମୁହିଁ

ଦର୍ଶନେ ପରିତୃପ୍ତ ହୋଇ । ୪ ।

ପାଇବି ଯେଉଁ କାଳରେ ତାଙ୍କ ଭେଟ ମୁହିଁ 

ଅକଥ୍ୟ ଆନନ୍ଦ ମନେ ଜନ୍ମିବ କି ନାହିଁ ?

ପଡ଼ିବି ଚରଣେ ପ୍ରେମ ଅଶ୍ରୁ ବରଷାଇ,

ବଚନ ତ ସ୍ଫୁରିବ ନାହିଁ । ୫ । 

 

ନିତ୍ୟ ଆନନ୍ଦ ହରଷ ମନ ମଧ୍ୟେ ପାଇ

ଗତ ଦୁଃଖକୁ ମଣିବି ସ୍ୱପ୍ନ ପରି ମୁହିଁ,

ପରମାନନ୍ଦେ ପ୍ରଭୁଙ୍କ ସମୀପରେ ରହି କାଟିବି ଚିରକାଳେ ମୁହିଁ । ୬ ।

ସୂଚୀମାଳାକୁ ଫେରନ୍ତୁ

mote jishu naamo bhala laage re ମୋତେ ଯୀଶୁ ନାମ ଭଲ ଲାଗେରେ Odia Christian Lyrics


ସ୍ୱର : ରସନା ତୁ ଆନେ ରସନା ରେ ) 

ମୋତେ ଯୀଶୁ ନାମ ଭଲ ଲାଗେରେ,

ନାମେ ସୁବିମଳ ପ୍ରେମ ଢଳଢଳ ମୂରତି ଅନ୍ତରେ ଜାଗେରେ । ଘୋଷା ।

ଯୀଶୁ ନାମଟି ତ ପ୍ରେମ ସୁନ୍ଦରପ୍ରେମ ଅଙ୍କୁରର ଆଦ୍ୟ ପତର

ପ୍ରେମ ଦ୍ରାକ୍ଷାଲତା ଫଳେ ଆନମିତା ହୃଦକୁଞ୍ଜ ପୁରୋଭାଗେରେ । ୧ ।

ବିଶ୍ୱ ଜନ ମନ ମୋହ ମନ୍ତରମହା ପାତକୀ ଶରଣ ପଞ୍ଜର,

କ୍ରୁଶ କାଲଭେରୀ ମହିମା ଗାଉଛି ଅନନ୍ତ ପ୍ରେମ ପ୍ରସଙ୍ଗରେ । ୨ ।

ଦୁଃଖ ଦାବାନଳ ହୃଦ-କାନନ   ନିଦାରୁଣ ପଣେ କଲ ଦହନ 

ଶମଇଁ ଇଷିତେ ଯୀଶୁ ନାମାମୃତେ ନିରମଳ ପ୍ରେମାବେଗେରେ । ୩ ।

ଯୀଶୁ ବିମଳ ପ୍ରେମର ସାଗର  କଳି ପାରିବ କେ କେଡ଼େ ଗଭୀର,

ମଜ୍ଜି ହଜିଯାଏଁଖୋଜିଲେ ନ ପାଏ ସତ୍ତା ମୋର ଅନୁରାଗେରେ । ୪ ।