ଉଠ ବହନହେଉଛି ବେଳ ଅବସାନ । ଘୋଷା । 

 

କି ପାଇଁ ବିଳମ୍ବ କରଗନ୍ତବ୍ୟ ପଥ ଅପାର ?

ଧ ରି ଖ୍ରୀଷ୍ଟ ପଦ ଚିହ୍ନ କର ଗମନ । ୧ । 

 

ବେଗେ ହୁଅ ଅଗ୍ରସରପଛେ ଗୋଡ଼ାଉଛି କାଳ,

ବହି ଯାଉଅଛି ମାସ ବରଷ ଦିନ । ୨ । 

 

ଜଳସ୍ରୋତ ଛାୟା ମତ ହେଉଅଛି ଦିନ ଅନ୍ତ,

ଧ ର ବେଗେ ତ୍ରାଣପଥ ଖ୍ରୀଷ୍ଟ ଶରଣ । ୩ । 

 

ଯେଉଁ କାଳେ କେହି କର୍ମ କରି ନ ପାରିବେ ଜାଣ,

ଏମନ୍ତ ଅନ୍ଧାର ନିଶି ଆସେ ବହନ । ୪ । 

 

ଥ ।ଉଁ ଥାଉଁ ଶୁଭ କାଳ ଦୀପ୍ତିମୟ ପଥେ ଚାଲ,

ବେଗେ ଲାଭ କର ଖ୍ରୀଷ୍ଟ ଅମୂଲ୍ୟ ଧନ । ୫ ।