ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେଧନ୍ୟବାଦ ଗୀତ ସୁସ୍ୱରେ । ଘୋଷା । 

 

ସର୍ବଶକ୍ତିମାନ କୃପାରେ ମହାନନିସ୍ପୃହ ପାପୀ-ବିନାଶରେ

ଭୟକାରୀ ପ୍ରତି ବିଶ୍ୱସ୍ତ ସେ ଅତିଅଟନ୍ତି ସକଳ ସମୟରେ । ୧ ।

 

ପ୍ରଭୁଙ୍କର ପ୍ରଭୁବିଶ୍ୱର ସେ ବିଭୁତାଙ୍କ ସମ ନାହିଁ ଆନରେ,

ସେ ରାଜାଧିରାଜ ନିତ୍ୟ ତାଙ୍କୁ ଭଜଦେଇ ମନ ସୁଶ୍ରଦ୍ଧା ଚିତ୍ତରେ    ା ୨ ।

 

ନୀଳ ମେଘମାଳ ଗଗନମଣ୍ଡଳସୃଜିଲେ ସେ ଆଜ୍ଞା ମାତ୍ରରେ,

ଚନ୍ଦ୍ରମା ଆଦିତ୍ୟ ଅସଂଖ୍ୟ ନକ୍ଷତ୍ରସ୍ଥାପିଲେ ଦୀପ୍ତି ଦେବା ଅର୍ଥରେ । ୩ ।

 

ଅସୀମ ଜ୍ଞାନରେ ଜଗତ ସୃଜିଲେଆବର ଯେତେ ତନ୍ମଧ୍ୟରେ,

ଫଳ ପୁଷ୍ପ ନାନା ଯା’ ନୁହେଁ ଗଣନାଦେଇଛନ୍ତି ଭୋଗ ନିମିତ୍ତରେ । ୪ ।

 

ଆହା ! ତାଙ୍କ କାର୍ଯ୍ୟ କେମନ୍ତ ଆଶ୍ଚର୍ଯ୍ୟ ! 

କି ଶୋଭା ଅଟଇ ସୃଷ୍ଟିରେ ବଳ ବୁଦ୍ଧି ଜ୍ଞାନ ଆଉ ମହା ପ୍ରେମ,

ସୁପ୍ରକାଶ ହୁଅଇ ତହିଁରେ  ା ୫ । 

 

ସେ ପ୍ରିୟ ସୂତକୁ ପେଷିଲେ ମର୍ତ୍ତ୍ୟକୁ ପାପୀମାନଙ୍କ ନିମିତ୍ତରେ,

ଏମନ୍ତ ଅଦ୍ଭୁତ ଜଗତେ ଅଶ୍ରୁତପ୍ରେମ ଦେଖା ନାହିଁ କେଉଁଠାରେ  ା ୬ । 

 

ସେ ପ୍ରଭୁ ଉଦ୍ଦେଶ୍ୟେ ଏଣୁ ସର୍ବେ  ହର୍ଷେଉଠାଅ ସୁନାଦ ସୁସ୍ୱରେ,

ମହିମା ସମ୍ଭ୍ରମ ରାଜ୍ୟ କର୍ତ୍ତାପଣହେଉ ତାହାଙ୍କର ନିରନ୍ତରେ      ା ୭ ।

ସୂଚୀମାଳାକୁ ଫେରନ୍ତୁ