Thursday, March 27, 2025

chau dige dekho aaji moru ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତର


ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତର
ଶୁଣ ସେ ଡାକରା ଫିଟାଅ ପସରା
ବିତର ଆଜି ତାହାଙ୍କ ବାଣୀ କୁଶର (ଘୋଷା)

ତୁମ ବିନା ନାହିଁ କେହି ଆଉ ଦେଖାଇବ ସତ୍ୟଜ୍ୟୋତି
ହେ ଲବଣ ରୂପୀ ହେ ଖ୍ରୀଷ୍ଟଙ୍କ ସାକ୍ଷୀ
ଆଦେଶ ଘେନ ଯୀଶୁର କର ପ୍ରଚାର । |୧||

ଆସୁଅଛି ଖରେ ସେହି ଦିନ ବିଚାର କରିବେ ନ୍ୟାୟବାନ
ଦେଇଛନ୍ତି ଯେତେ ଗୁଣ ରାଗ କରୁଛ କି ତୁମେ ବିନିଯୋଗ
ହେ ଉତ୍କଳବାସୀ … ହେ ଖ୍ରୀଷ୍ଟ ବିଶ୍ୱାସୀ .
ଆଦେଶ ଘେନ ଯୀଶୁର କର ପ୍ରଚାର , |୨|

ସୂଚୀମାଳାକୁ ଫେରନ୍ତୁ

chalare krusa pathe chalare ଚାଲରେ କୃଶ ପଥେ ଚାଲରେ ମୁକ୍ତି ପଥେ


ଚାଲରେ କୃଶ ପଥେ ଚାଲରେ ମୁକ୍ତି ପଥେ
ଚାଲ ସିୟୋନ ପଥେ ଚାଲ ସେ ସ୍ଵର୍ଗ ପଥେ
ଚାଲ ଯୀଶୁଙ୍କ ପାଶେ (ଘୋଷା)


ଝୁଲୁଛନ୍ତି ସେ କୃଶେ, ପାପର ଦର୍ପ ନାଶେ
ଝରାଇ ରକ୍ତ କୁଶେ, ଡ଼ାକନ୍ତି ପାପୀ ପାଶେ
ଚାଲ ଯୀଶୁଙ୍କ ପାଶେ |୧|


ତୋର ଶୁଚି ନିମନ୍ତେ, ଝରୁଛି କୃଶେ ରକ୍ତ
ଆସ ପାପୀ ସମସ୍ତ; ହୁଅ ସେ ରକ୍ତ ଧୌତ
ହୋଇବ ପାପୁ ମୁକ୍ତ ।୨|


ଆସୁଛନ୍ତି ଆକାଶେ ନେବାକୁ ମୁକ୍ତ ଯେତେ
ସେହି ସିୟାନ ଦେଶେ ପାଇବ ଶାନ୍ତି ଶେଷ
ଚାଲ ଯୀଶୁଙ୍କ ପାଶେ |୩|

ସୂଚୀମାଳାକୁ ଫେରନ୍ତୁ

chaahan re chaahan re noro kaalobori ଚାହାଁରେ ଚାହାଁରେ ନର କାଲବରୀ


ଚାହାଁରେ ଚାହାଁରେ ନର କାଲବରୀ ଚୂଳେ,

ମୋ ମୁକତି ଲାଗି ପ୍ରଭୁ କ୍ରୁଶ କାଠେ ଝୁଲେ । ଘୋଷା । 

 

କଣ୍ଟାର ଲତିକା ଶିରେ ଶୋଭୁଛି ମୁକୁଟ ସରି,

ନିବାରେ ନରକ କି ସେ ଯୁଗଳ କର ବିସ୍ତାରି,

ବିନ୍ଧିଛି ଦାରୁଣ ପ୍ରେକ ଚରଣ ଯୁଗଳେ । ୧ ।

 

 ତପତ ରକତ ଧାର ଶ୍ରୀଅଙ୍ଗୁ ପଡୁଛି ଝରି,

ବିଶ୍ୱର ଲାଞ୍ଛନା ପରା ଦେଇଛି ବକ୍ଷ ବିଦାରି,

ଅଧରେ କରୁଣା ଧାରା ପ୍ରେମରେ ଉଛୁଳେ । ୨ ।

chaalo premo poche godaayee ଚାଲ ପ୍ରେମ ପଛେ ଗୋଡ଼ାଇ ପ୍ରଭୁ ଯୀଶୁ ପ୍ରେମ


ଚାଲ ପ୍ରେମ ପଛେ ଗୋଡ଼ାଇ ପ୍ରଭୁ ଯୀଶୁ ପ୍ରେମ ଉପମା ଚାହିଁ । ଘୋଷା ।

କର ଏକ ଆରେକ ପ୍ରେମଖ୍ରୀଷ୍ଟଙ୍କର ଏହି ନୂଆ ବିଧାନ;

ଅଟେ ପରସ୍ପର ପ୍ରେମ ବ୍ୟବହାର ଖ୍ରୀଷ୍ଟଙ୍କ ଶିଷ୍ୟର ଲକ୍ଷଣ ଏହି । ୧ । 

 

ଦେଖ ତାହାଙ୍କ ମହା ପ୍ରେମପ୍ରେମେ କଲେ ସେ ନିଜ ପ୍ରାଣ ଦାନ;

ତାଙ୍କର ବିଧାନ କର ହେ ପାଳନପ୍ରେମେ ହେଉ ସବୁ ନିଷ୍ପନ୍ନ ଭାଇ । ୨ । 

 

ପ୍ରେମ ନ କରେ କ୍ରୋଧ କଳିପ୍ରେମେ ହୁଅ ସମସ୍ତେ ଏକମେଳି;

ଅଟେ ପ୍ରେମ ବିଧି ବହୁମୂଲ୍ୟ ନିଧିପ୍ରେମ ସଦାକାଳ ରହଇ ଭାଇ । ୩ । 

 

ପ୍ରେମ ଦୀର୍ଘକାଳ ସହଇବହୁଳ ପାପକୁ ଡାମ୍ପଇ ସେହି;

ପେମ୍ର ସଙ୍ଗ ଧରପେମ୍ରାଳାପ କରପେମ୍ର ବିନା କାହିଁରେ ଋଣୀ ନୋହି । ୪ । 

 

ପ୍ରେମ ରଜ୍ଜୁରେ ବନ୍ଧା ହୋଇ ଚାଲ ଖ୍ରୀଷ୍ଟ ପ୍ରେମ ପଛରେ ଧାଇଁ;

ପେମ୍ର ସ୍ୱର୍ଗପୁରେ ଧର୍ମଦୂତ ମେଳେପ୍ରେମେ ରହିବା ଏକମେଳି ହୋଇ । ୫ ।

ସୂଚୀମାଳାକୁ ଫେରନ୍ତୁ


chaalo trano potokaa dhori ଚାଲ ତ୍ରାଣ-ପତାକା ଧରି ଯୀଶୁ ବଳେ ଦୃଢ଼


ଚାଲ ତ୍ରାଣ-ପତାକା ଧରି ଯୀଶୁ ବଳେ ଦୃଢ଼ ନିର୍ଭର କରି । ଘୋଷା ।

କର ମଳିନ ବସ୍ତ୍ର ତ୍ୟାଗଖ୍ରୀଷ୍ଟ ରୂପ ବସ୍ତ୍ରେ ହୁଅ ହେ ସଜ;

ଯୀଶୁ ନାମେ ଧରି ବିଶ୍ୱାସର ଢାଲ ଆଗ ବଢ଼ି ଚାଲ ସାହସ କରି । ୧ ।

ପଥେ ଅଛି ଆପଦ ଘେରିଲାଗିଅଛି ପୁଣି ସମର ଭାରି;

ଶତ୍ରୁ ଶୟତାନ ପାପ ମୃତ୍ୟୁ ପୁଣ ବସିଣ ଅଛନ୍ତି ପଥ ଓଗାଳି । ୨ ।

 

 ବାକ୍ୟରୂପ କଠଉ ମାଡ଼ି ପଛକୁ ନ ହଟ ଆପଦ ଡରି

ଦ୍ୱିଧାର ଖଡ୍ଗ କଟି ଦେଶରେ ଭିଡ଼ି ଭରସା-ଟୋପର ମସ୍ତକେ ପିନ୍ଧି । ୩ । 

 

କି କରିବ ସଙ୍କଟକାଳ ସଙ୍ଗରେ ଅଛନ୍ତି ଇମ୍ମାନୁଏଲ;

ସଦା ସର୍ବକ୍ଷଣେ ସେ ରଖିବେ ଧରି ନିଜ ବାହୁବଳ ବିସ୍ତାର କରି । ୪ ।

chira bandhubara jishu hai sundara ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର


ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର

କଳୁଷ ପରାଣେ ରାଜ ଗୋହେ ବିଶ୍ୱ ଗୌରବ 

ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା ।

ପ୍ରଣମି କରୁଗୋ ତୁମଠି ଅଳି,

ଆହେ ପାପହାରୀ ପ୍ରାଣ ସଙ୍ଖାଳି,

ଅଜ୍ଞାନ ପରାଣୁ ପାପର କାଳିମା 

ତୁମରି ଆଲୋକେ ମାଜ ଗୋ      । ୧ ।

 

ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ ସତ୍ତା,

ଆହେ ଜୀବଧାରିଜୀବନ-ମୁରଲୀ    

ବଜାଅ ମୃତ ପରାଣେ ଗୋ      । ୨ ।

chahan chahan bare ahe patoki nare ଚାହଁ ଚାହଁ ବାରେ ଆହେ ପାତକୀ ନରେ



ଚାହଁ ଚାହଁ ବାରେ    ଆହେ ପାତକୀ ନରେ

ତୁମରି ମୁକତି ପାଇଁ  ଯୀଶୁ କ୍ରୁଶୋପରେ । ଘୋଷା ।

ଜଗତ ପାପର ଭାର ମସ୍ତକେ କଣ୍ଟକ ହାର,

ଅଭିଶାପାନଳ ତୋର            ନିଅନ୍ତି ବକ୍ଷରେ । ୧ ।

ରକ୍ତିମ ଶୋଣିତ ସ୍ରୋତ          ବହିଯାଏ ଅବିରତ,

ହସ୍ତପଦ କଣ୍ଟାବିଦ୍ଧ   ଭଗ୍ନ କଳେବରେ । ୨ 

କଲେ ଦୁର୍ବୃତ୍ତ ଉପେକ୍ଷା           “ନିଜେ ନ କଲ ସୁରକ୍ଷା”

ଆହା କଲେ ପାପୀ ରକ୍ଷା        କ୍ଷମା ନିୟତିରେ । ୩ ।

ସବୁ କାଳର ବିଦ୍ରୋହ            କରେ ତାଙ୍କ ଚିତ୍ତଦାହ

ଆହା ସୁଧାମୟ ସ୍ନେହ           ଝରଇ ରୁଧିରେ । ୪ ।

ଅତୀତ କାଳ କଳୁଷ ସବୁ କରନ୍ତି ବିନାଶ,

ବିଶ୍ୱାସେ ପ୍ରେମ ପୀୟୁଷ ଯେ ନିଏ ଅଚିରେ । ୫ । 

 

କ୍ରୁଶ ପାଶେ ରହି ନିତ୍ୟ ଯାଉ ସଶଙ୍କିତ ଚିତ୍ତ 

ମୁହିଁ ପାପୀ ଆଶାନ୍ୱିତ ସାରା ଜୀବନରେ । ୬ ।

ସୂଚୀମାଳାକୁ ଫେରନ୍ତୁ