ଚିର ବନ୍ଧୁବର ଯୀଶୁ ହେ ସୁନ୍ଦର

କଳୁଷ ପରାଣେ ରାଜ ଗୋହେ ବିଶ୍ୱ ଗୌରବ 

ସ୍ୱରଗ ବିଭବ ସମାଜ ପରାଣେ ସାଜ ଗୋ । ଘୋଷା ।

ପ୍ରଣମି କରୁଗୋ ତୁମଠି ଅଳି,

ଆହେ ପାପହାରୀ ପ୍ରାଣ ସଙ୍ଖାଳି,

ଅଜ୍ଞାନ ପରାଣୁ ପାପର କାଳିମା 

ତୁମରି ଆଲୋକେ ମାଜ ଗୋ      । ୧ ।

 

ଏ ଭବ ଅସାର ମାୟା ମମତା ହରି ନେଲାଣି ଗୋ ଜୀବନ ସତ୍ତା,

ଆହେ ଜୀବଧାରିଜୀବନ-ମୁରଲୀ    

ବଜାଅ ମୃତ ପରାଣେ ଗୋ      । ୨ ।