ଧନ୍ୟ ହେଲା ଏହି ଜୀବନ…. ହୋ….
ଯୀଶୁ ନାମ ଗାଇ ଗାଇ କି….
ମୋହ ମାୟା ଭରା ଏ ପଥେ
ଯୀଶୁ ନାମ ସାଥେ ପାଇ କି (ଘୋଷା)
ଆସିଲେ ଝଡ଼ କି ବତାସ
ହେବି ନାହିଁ ମୁଁ ଯେ ନିରାଶ
ଅଭେଦ ପ୍ରାଚୀର ସେ ନାମ
ଭୟ ମୋର ଆଉ କାହିଁକି ||୧||
ଯେ ଦିନ ସରିବ ଏ ବାଟ
ଯୀଶୁଙ୍କ ସାଥେ ହେବ ଭେଟ
ଲଭିବି ଅମର ଜୀବନ
କେଡ଼େ ଭାଗ୍ୟ ସତେ ହେବ କି ?_|| ୨ ||
No comments:
Post a Comment