ନିରମଳ ନିରମଳ ନିରମଳ ଦେବତା 

ସୁର ନର ପ୍ରଶଂସିତ ସୃଷ୍ଟିକରତା      । ଧ୍ରୁବ ।

ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା 

ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା  । ୧ ।

ପ୍ରେମମୟ ଅବତାର ଅଦ୍ୱିତୀୟ କୁମର

କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା           । ୨ ।

କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ,

ପତିତ ଜନ ବାନ୍ଧବପାପହରତା            । ୩ ।

ଜ୍ୟୋତିର୍ମୟପବିତ୍ରାତ୍ମାସାରତତ୍ତ୍ୱ ବୋଧାତ୍ମା,

ଅନୁପମ ବରଦାତା ନୀତି ବିଧାତା           । ୪ । 

 ମଧୁମୟ ରତ୍ନାକର ସତ୍ୟ ଶିବ ସୁନ୍ଦର

କରେ ଭିକ୍ଷାଦିଅ ନାଥ ! ଭକ୍ତି ମମତା । ୫ ।

ସୂଚୀମାଳାକୁ ଫେରନ୍ତୁ