(ସ୍ୱର : ଆହା କି ମଧୁର ତବ ପ୍ରେମ ପରଶ)

ପ୍ରାତେ ଦିଅ ଦରଶନଜୀବନ ଧନ

ତୁମେ ପରା ପାପହରାମୁକ୍ତିଦାତା ଜ୍ଞାନାଞ୍ଜନ । ଘୋଷା । 

 

ହୃଦୟ ଦୁଆର ଦେଇ ମୁଁ ଖୋଲିଡାକୁଛି ଆତୁରେ ମୋ ଯୀଶୁ ବୋଲି

ଆସ ତ୍ୱରା ସହୁ ନାହିଁ ବିଳମ୍ବ ଯେ ମୋର ପ୍ରାଣ । ୧ । 

 

ରଜନୀ ଅନ୍ଧାର ହେଲାଣି ଦୂରପୂରୁବ ନଭେ ଉଦେ ଦିବାକର 

ହୃଦେ ମୋର ଉଦେ ହୋଇ ନାଶି ଦିଅ ପାପତମ । ୨ ।

ଶୁଣଇ ମୋ କାନ ଯେତେ ଶବଦନର ପଶୁ ପକ୍ଷୀ ସବୁରି ରବ

ପୁଲକିତ ହେଉ ହୃଦ ଶୁଣି ନାଥ ତୁମ ସ୍ୱନ । ୩ 

ପଦେ ଅଳି ନାଥ ଦିଅ ହେ ଶକତିଦେଖିବାକୁ ତୁମ ଶ୍ରୀମୁଖ ଜ୍ୟୋତି

ନ ହୁଡ଼ିବି ପଥ ଯେହ୍ନେ ଧରି ତୁମ ପଦ ଚିହ୍ନ । ୪ ।

ସୂଚୀମାଳାକୁ ଫେରନ୍ତୁ