ମନ୍ଦ ମତିନାହିଁ କି ମନେ ଭୀତି । ଘୋଷା ।

 

ଯହିଁରେ ଅହିତ  

ତହିଁରେ ନିରତ ବଳାଉ ଥାଇ ତୁ ମତି । ୧ ।

ଦେଖି ଜାଣି ଶୁଣି 

ମନ୍ଦ ବୋଲି ମଣି ବିମୁଖ ନୋହୁ ତା ପ୍ରତି । ୨ ।

ଅସାରରେ ରୁଚି

ସାରରେ ଅରୁଚି,

ଏ କି ବିପରୀତ ରୀତି । ୩ ।

ଆୟୁ ପରିମାଣ 

ପରିତ୍ରାଣ ଦିନ ବହିଯାଉଛି ଝଟତି । ୪ ।

ହୋଇ ତୁ ଚିନ୍ତିତ

ଅନ୍ତରେ କମ୍ପିତ

ଯତ୍ନେ ସାଧ ଆତ୍ମା ମୁକ୍ତି । ୫ ।

ଯେ ତୋତେ ତାରିବେ ସ୍ୱର୍ଗେ ବାସ ଦେବେ,

ଭଜ ଯୀଶୁ ନାମ ନିତି । ୬ ।

ସୂଚୀମାଳାକୁ ଫେରନ୍ତୁ