Monday, April 7, 2025

ehi sesakale suni jao thare ଏହି ଶେଷକାଳେ ଶୁଣିଯାଅ ଥରେ


ଏହି ଶେଷକାଳେ ଶୁଣିଯାଅ ଥରେ
ଫେରିବାକୁ କୁଶପଥେ…( ୨ ଥର)
ଘେରିଛି ଜୀବନେ ପାପର କାଳିମା
ଛପିଛି ଅନ୍ତରେ ଆଶା ( ୨ ଥର)
ଭରିଅଛି ପ୍ରାଣେ ସଂସାରର ମୋହ
ଅନୀତି ଜୀବନ ଭାଷା …(ଘୋଷା)

ଚାଲିଯାଏ ବେଳକାଳ ଦିନ
ସରିଆସେ ମାନ ଅଭିମାନ
ବିଚାର କରିବେ ଯେଉଁଦିନ
ହେବୁ ତୁହି ବାଳୁଙ୍ଗା ସମାନ
ଆଜିବି ରହିଛି, ଭାବିବାକୁ ମନେ ଅନୁତାପର ଏ ସମୟ … |୧|

ଗର୍ବଦମ୍ଭ, ମାନ, ଅଭିମାନ
ତେଜି ସବୁ ଜଗତର ମୋହ
ଯୀଶୁରେ ରଖ ବିଶ୍ବାସରେ ମନ
ପାଇବୁରେ ଅନନ୍ତ ଜୀବନ
ଆଜିବି ରହିଛି, ଭାବିବାକୁ ମନେ ଏହି ତୋର ଶେଷ ସମୟ … |୨|

ସୂଚୀମାଳାକୁ ଫେରନ୍ତୁ

ei dekha jishu bahi neuchanti ଏଇ ଦେଖ ଯୀଶୁ


ଏଇ ଦେଖ ଯୀଶୁ
ବହି ନେଉଛନ୍ତି କୁଶ ( ୨ ଥର)
ନିଜ ନିଜ କୃଶ ବହି ନେଇ ତୁମେ
ତାଙ୍କ ପଛେ ପଛେ ଆସ (ଘୋଷା)

କେତେ ଯେ କଷଣ କେତେ ଯେ ଯାତନା, ତଥାପି ସେ ଧୀର
ଦୁଇ ପାଖେ ଦେଖି କାନ୍ଦୁଛି ଜନତା ଆଖି ଲୁହ ଝର ଝର
କଣ୍ଟାର ମୁକୁଟ ସତେବା କହୁଛି ଦୁଃଖରେ ବି ତୁମେ ହସ … |୧|

ସେ ତ କହୁଛନ୍ତି ତୁମେ କାନ୍ଦ ନାହିଁ, ମୋ ପାଇଁ କାନ୍ଦ ନାହିଁ
ତୁମ ସନ୍ତାନ ପାଇଁ ଯଦି ପାର ଲୁହ ଦିଅ ତୁମେ ଢ଼ାଳି
କୁଶ ବିଦ୍ଧ ହେଲେ, ପାପ ଅଭିଯୋଗ ହୋଇଯିବ ସବୁନାଶ … |୨|

ସୂଚୀମାଳାକୁ ଫେରନ୍ତୁ


ei achi ei nahi manisha jibana ଏଇ ଅଛି ଏଇ ନାହିଁ ମଣିଷ ଜୀବନ


ଏଇ ଅଛି ଏଇ ନାହିଁ ମଣିଷ ଜୀବନ… ମଣିଷ ଜୀବନ…
ତଥାପି ଅସାର ଯେତେ, କାଲିର ସ୍ବପନ
ମଣିଷ ଜୀବନ…(ଘୋଷା)

ମନ ଆଖି ଦେଖେ ଯାହା ଆଗାମୀର ପାଇଁ
ଜାଣେନା ସେ କାଲି ସତେ ଆସିବ କି ନାହିଁ
କେହି ତ ଭାବେନା ରହେ ଜୀବନେ ମରଣ
ମଣିଷ ଜୀବନ… |୧|

ମିଛ ଜୀବନରେ ସଦା ମାୟା ପ୍ରଲୋଭନ
ଖୋଜେ ନା ମଣିଷ କେବେ ମରଣେ ଜୀବନ
ଦିଏ ଯା କେବଳ ଭବେ ପ୍ରଭୁଙ୍କ ଶରଣ
ମଣିଷ ଜୀବନ…|୨|

ସୂଚୀମାଳାକୁ ଫେରନ୍ତୁ


e pruthibi janu ame ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ


ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର
ଦେଖି ଆମ ପ୍ରେମ ଏ ଜଗତ ଜାଣୁ
ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର …. (ଘୋଷା)

ଈଶ୍ଵରଙ୍କ ଠାରେ ଆମେ ସର୍ବେ ଏକ
ପ୍ରାର୍ଥନା ବିଶ୍ଵାସେ ସାଜି ( ସଇନିକ)
ଆମ କାମ ଦେଖି ଜଗତ ଚାଣିବ (ଆମେ ଯୀଶୁଙ୍କର) … |୧|

ଦେଖାଇଛୁ ପଥ ଆମେ ଅନ୍ଧକାରେ
କ୍ଷମି ଯିବୁ ଶତୁ ପୁଣି ପ୍ରେମଭରେ
ସେହି ପ୍ରେମ ଦେଖି ଜଗତ କହିବ (ଆମେ ଯୀଶୁଙ୍କର) … |୨|

ପ୍ରଶଂସା କରିବୁ ରାଜା ରାଜାଙ୍କର
ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କର
ଦେଖି ସେ ପ୍ରଶଂସା ସରବେ ଜାଣିବେ (ଆମେ ଯୀଶୁଙ୍କର) … |୩|

ସୂଚୀମାଳାକୁ ଫେରନ୍ତୁ


ei jibanare prabhu hebi ଏଇ ଜୀବନରେ ପ୍ରଭୁ ହେବି ଏକା ତୁମର


ଏଇ ଜୀବନରେ ପ୍ରଭୁ ହେବି ଏକା ତୁମର
ତୁମ ଗଉରବ ପାଇଁ
ଯେହ୍ନେ ହେବି ମୁହିଁ ସଦା ବ୍ୟବହାର … (ଘୋଷା)

କ୍ଷଣିକ ଏହି ଜଗତ ମୋହ ମାୟାରେ ପୂରିତ
ଟାଣେ ଏ ହୃଦୟ ମନ କରେ ତୁମଠୁ ଦୂରିତ
ଧର ହେ ପ୍ରଭୁ ତୁମରି ହସ୍ତେ
କରି ସଦା ନିଜର … |୧|

ସଂସାର ଜଞ୍ଜାଳ ଭାର ଭାଙ୍ଗ ବିଶ୍ୱାସ ମୋହର
ସନ୍ଦେହ ଉଠଇ ମନେ ଯିବାକୁ ସରଗପୁର
ତୁମ ଶକତି ଧୌର୍ଯ୍ୟରେ ଭରି
କରାଅ ଅଗ୍ରସର …. |୨|

ସମର୍ପିଛି ମୋ ଜୀବନ ତୁମରି ପୂତ ପୟରେ
ହଟିବିନି ଆଉ କେବେ ଯେହେତୁ ମୁଁ ତୁମ ହସ୍ତରେ
ଥୋଇଛି ପ୍ରଭୁ ପ୍ରତିଟି ଭାର
ସମ୍ଭାଳ ଆମ୍ବା ମୋର … |୩|

ସୂଚୀମାଳାକୁ ଫେରନ୍ତୁ


ei jibanara akasha dine ଏଇ ଜୀବନର ଆକାଶେ ଦିନେ


ଏଇ ଜୀବନର ଆକାଶେ ଦିନେ
ସଂଧ୍ୟା ଆସିବ ନଇଁ ନଇଁ … (୨ ଥର)
ବଂଧୁ ତୁମେ କି ପ୍ରସ୍ତୁତ ଥିବା
ସେହି ମହାଯାତ୍ରା ପାଇଁ ?… (ଘୋଷା)

କୁହ ଯାତ୍ରା ଶେଷ ଜୀବନ ମୁକୁଟ
ରହିଛି କି ତୁମ ପାଇଁ ?
ପାଇଛ କି ତୁମେ ଜୀବନେ-ଅଶେଷ
ପ୍ରଲୋଭନ ବାଧା ଡେଇଁ ?
ଆସ କୁଶ ତଳେ ଯଦି ତୁମ ପାଶେ
ତ୍ରାଣ ଅନୁଭୂତି ନାହିଁ…. |୧|

ଜଗତ ଅଟେ ଯେ ଦୁଇଦିନ ପାଇଁ
ଅଭିନୟ ମଞ୍ଚ ଏକ (୨ ଥର)
ଧନ ଯଉବନ ଆହୁରି କ୍ଷଣିକ
ଅନିତ୍ୟ ଅଟେ ସେ ସୁଖ
ହୁଅ ଯାତ୍ରୀ ତୁମେ ଭୁଲି ଜଗତକୁ
ଅନନ୍ତ ଜୀବନ ପାଇଁ…. |୨|

ସୂଚୀମାଳାକୁ ଫେରନ୍ତୁ

ei satabdhi ra awahana ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ


ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନ
ଉତ୍କଳ ବୁକେ ସୁସମାଚାରର ଆସୁ ନବ ଜାଗରଣ …(ଘୋଷା)

କର ହେ ଘୋଷଣା ଜଗତ ଆଗରେ ମୁକତିର ସନ୍ଦେଶ
ଏହା ଥିଲା ତୁମ ବିଦାୟ ବେଳାର ପ୍ରେମଭରା ଆଦେଶ
ପାଳନ କରିବୁ ଆଜ୍ଞା ତୁମରି ହୋଇ ସଦା ସଚେତନ… |୧|

ସୁସମାଚାରର କାର୍ଯ୍ୟ ସାଧକ ଉଠ ଜାଗ୍ରତ ହୋଇ
ଅନେକ ଆପ୍ ଆକୁଳ ଆତୁର ଜୀବନର ଜଳ ପାଇଁ
ପାପ ଅନ୍ଧାରେ ବାକ୍ୟ ଆଲୋକେ ଭରିଦିଅ ଉଦ୍ଦୀପନା… | ୨ |

ଯାଅ ଏ ଜଗତେ ସବୁ ଜାତି ପାଶେ କୁହ ପରିତ୍ରାଣ କଥା
ପ୍ରତି ଅନ୍ତରେ ଯୀଶୁ ନାମ ଝରୁ ଫୁଚିଯାଉ ଦୁଃଖ ବ୍ୟଥା
ପ୍ରାର୍ଥନା ବଳେ ହେ ବୀର ସାଧକ ହୁଅ ଆଜି ଆଗୁଆନ… ।୩।

ସୂଚୀମାଳାକୁ ଫେରନ୍ତୁ