Monday, April 7, 2025

anando ananda kipari kahibi ଆନନ୍ଦ, ଆନନ୍ଦ କିପରି କହିବି


ଆନନ୍ଦ, ଆନନ୍ଦ କିପରି କହିବି କେତେ ଆନନ୍ଦ ।
ଯୀଶୁଖ୍ରୀଷ୍ଟ ପାପ କ୍ଷମା ଦେଲେ ପରମ ଆନନ୍ଦ … (ଘୋଷା)

ଏକତ୍ର ହୋଇ ନାଚ କରିବା ଗୀତ ଗାନ କରିବା
ଏକମାତ୍ର ଯୀଶୁ ନାମରେ ଆମେ ସ୍ତୁତି ଗାନ କରିବା … |୧ |

ପାପ, କ୍ଳେଶ, ରୋଗ ସବୁ କୁଶରେ ବହି ନେଲେ
ପ୍ରଭୁ ଯୀଶୁ ମୋର ହୃଦୟରେ ଆସି ଦେଲେ ଆନନ୍ଦ … |9|

ପ୍ରେମ କଲେ ସେ ପରିତ୍ରାଣ ଦେଲେ ଉଛୁଳି ଉଠୁଛି ମୁଁ
ପ୍ରତିଦିନ ମୁଁ ତାଙ୍କରି ନାମରେ ସାକ୍ଷୀ ସ୍ଵରୁପ ହେବି … । ୩ ।

ସୂଚୀମାଳାକୁ ଫେରନ୍ତୁ

adam adam tume ey ki ଆଦମ୍…ଆଦମ୍…ଆଦମ୍… ତୁମେ ଏକି କଲ


ଆଦମ୍…ଆଦମ୍…ଆଦମ୍… ତୁମେ ଏକି କଲ !
ପନା ଫଳ ଖାଇ ତୁମେ ଅଭିଶପ୍ତ ହେଲ (ଘୋଷା)

ଅନନ୍ତ ଜୀବନ ହରାଇ ମୃତ୍ୟୁ କିମ୍ପା ଲଭିଲ
ଆରୋଗ୍ୟତାକୁ ହରାଇ ରୋଗ କିମ୍ପା ପାଇଲ
ଶୟତାନ ଫାନ୍ଦେ ପଡ଼ିଗଲ କ୍ଷଣେ
ଏତେ ବଡ଼ ଭୁଲ କଲି … |୧|

କଥୋପକଥନ କରୁଥିଲ ଈଶ୍ବରଙ୍କ ଛାମୁରେ
ବୃକ୍ଷ ଗହନେ ଲୁଚିଲ ତାଙ୍କ ମହାଡାକରେ
ଫଳଟିକ ପାଇଁ ମନୁଷ୍ୟ ଜୀବନେ
ପାପ କଳଙ୍କ ବୋଳିଲ … |୨|

ସୂଚୀମାଳାକୁ ଫେରନ୍ତୁ


aji suprabhate asa jiba bhai ଆଜି ସୁପ୍ରଭାତେ ଆସ ଯିବା ଭାଇ


ଆଜି ସୁପ୍ରଭାତେ ଆସ ଯିବା ଭାଇ

ନବ ପ୍ରେମେ ମିଳି ଯୀଶୁ ନାମ ଗାଇ । ଘୋଷା । 

 

ସ୍ୱଗୁଁ ଅବତରି ସୁର ପ୍ରଭୁ

ଭବେ ଜନମିଲେ ନର ତ୍ରାଣ ପାଇଁ । ୧ ।

ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି

ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା 

ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ ।

ସୂଚୀମାଳାକୁ ଫେରନ୍ତୁ


aji mana prana kholi bolo ଆଜି ମନ ପ୍ରାଣ ଖୋଲି ବୋଲ


ଆଜି ମନ ପ୍ରାଣ ଖୋଲି ବୋଲ
‘ଜୟ, ଜୟ, ଯୀଶୁ ଜୟ’
ଜୟ ପିତା ପୁତ୍ର ପବିତ୍ର ଆତ୍ମା ଜୟ ଯୀଶୁଙ୍କ ଜୟ’ (ଘୋଷା)

ଜୟ ଆମା ଅନାଦି, ଜୟ ପିତା ପୁତ୍ର ନିରବଧୂ,
(ବୋଲ) ଜୟ ପିତା ଜୟ ଈଶପୁତ୍ର
ବିଜୟ ଆତ୍ମାଙ୍କର ଜୟ… |୧|

ଜୟ ସୃଜନ କାରଣ, ଜୟ ପାପ ବିନାଶନ,
( ବୋଲ) ଜୟ ପାବକ ସ୍ଵରୂପ ଆମ୍ବା
ଜୟ ଯୀଶୁଙ୍କ ଜୟ’… |୨|

ଜୟ ପିତତପାବନ, ଜୟ ଜୟ ବିପଦ ଭଞ୍ଜନ,
( ବୋଲ) ଜୟ ଭକତ-ଚିତ୍ତ-ବିନୋଦନ
ଜୟ ଯୀଶୁଙ୍କ ଜୟୀ… |୩|

ସୂଚୀମାଳାକୁ ଫେରନ୍ତୁ

aji pranami tumaku chalibi ଆଜି ପ୍ରଣମି ତୁମକୁ ଚାଲିବି ପ୍ରଭୁ


ଆଜି ପ୍ରଣମି ତୁମକୁ ଚାଲିବି ପ୍ରଭୁ ସାରାଟି ଦିନ
ତୁମେ ମୋ ଗମନ ପଥେ ଦୃଷ୍ଟି ରଖ ହେ ଦୟାବାନ (ଘୋଷା)

ସାରା ଦିନ ଆଜି ଯାହା ମୁଁ ଚିନ୍ତିବି
ତବ ବାକ୍ୟ ଆଗ ସ୍ମରଣ ରଖିବି
ସେ ବାକ୍ୟ ଖଡଗରେ ପରାଭୂତ ହୁଏ, କୁ-ଚିନ୍ତାମାନ |୧|

ଛୋଟ ମୁଖେ ଆଜି ଯାହା ମୁଁ କହିବି
କାହାରି ମନରେ ଆଘାତ ନ ଦେବି
ପୁଣି ନ କହିବି ବହୁ ବାକ୍ୟ ଆଉ, କୁ-କଥାମାନ |୨|

ବଂଚିଥିବା ଯାଏ ଯାହା ମୁଁ କରିବି
ମୋ ଆତ୍ମାକୁ ଅପବିତ୍ର ନ କରିବି।
ସର୍ବ କାର୍ଯ୍ୟ ଯେହ୍ନ ପରିଚୟ ଦେବି ।
ଆତ୍ମାଙ୍କୁ ଦାନା….. |୩|

ସୂଚୀମାଳାକୁ ଫେରନ୍ତୁ


aji paritranora dina ଆଜି ପରିତ୍ରାଣର ଦିନ


ଆଜି ପରିତ୍ରାଣର ଦିନ…… ଆଜି ପରିତ୍ରାଣର ଦିନ
ଈଶ୍ୱରଙ୍କ ଦାନ ସେହି ପ୍ରଭୁ ଯୀଶୁ… ଅନନ୍ତ ଜୀବନ
ହାଲିଲୁୟା … ହାଲିଲୁୟା..ହାଲିଲୁୟା… ହାଲିଲୁୟା… (ଘୋଷା)

ତୁମେ ହେ ପ୍ରଭୁ ଅନାଦି ଅନନ୍ତ ଈଶ୍ଵର କୁମର
ତୁମେ ହେ ପ୍ରଭୁ ସରଗ ରାଜନ ହେ ଦୟାବନା
ତୁମରି ରକ୍ତେ ଧୋଇ ହେ ମୋତେ କର ନୂତନ…. |୧|

ଆସ ମୋ ହୃଦେ ଯୀଶୁ ରାଜନ ହେ ଦୟାବାନ
ନିଅ ତୁମ ପଥେ ରହି ମୋ ସାଥେ ସାରା ଜୀବନ
ତୁମେ ହେ ପ୍ରଭୁ କରୁଣାବାନ କରୁଛୁ ବଦନ…. I୨I

ସୂଚୀମାଳାକୁ ଫେରନ୍ତୁ

aaji jwolao prabhu taba aaloka ଆଜି ଜ୍ବଳାଅ ପ୍ରଭୁ ତବ ଆଲୋକ ଆମ


ଆଜି ଜ୍ବଳାଅ ପ୍ରଭୁ ତବ ଆଲୋକ ଆମ ପରିବାରେ
ଆମ ପରିବାରେ ପ୍ରତି ହୃଦୟରେ
ତବ ରୂପ ଜ୍ୟୋତିରେ (ଘୋଷା)


ଆସି ଘେନ ପ୍ରଭୁ ଆସନ ତୁମର ପ୍ରତି ହୃଦୟରେ
ଉଦ୍ଦୀପିତ କର ଜୀବନ ଆମର ତବ ଆଶିଷରେ
ତବ ଆଶିଷରେ ଏହି ନିମିଷରେ ପ୍ରତିମନ ମମିରେ | ୧|


ହୁଅ ପ୍ରଭୁ ତୁମେ ଚାଳକ ରକ୍ଷକ ଆମ ପରିବାରେ
ତୁମରି ସ୍ବରୂପ ପ୍ରକାଶିତ ହେଉ ଆମ ଜୀବନରେ
ଆମ ଜୀବନରେ ତବ ଗୌରରେ ପ୍ରତି ଇଛା..କର୍ମରେ | ୨|

ସୂଚୀମାଳାକୁ ଫେରନ୍ତୁ