Tuesday, April 8, 2025

e nutana jugare asara sangsara ଏ ନୂତନ ଯୁଗରେ ଆଶାର ସଂଚାର

 

ଏ ନୂତନ ଯୁଗରେ ଆଶାର ସଂଚାର
ଗଲଗଥା କୁଶଗାଥା ଅମର ସେ
ଜୟ ଜୟ ଯୁବାମେଷ…. ହୋ…. ହୋ….(ଘୋଷା)

ହିମାଚଳ ଗାଏ ଯାର ଜୟଗୀତି, ଆମେ ତାଙ୍କ ଅନୁଗାମୀ
ଶୁଣାଇବା ବିଶ୍ୱ ତାଙ୍କ ମହାପ୍ରେମ,
ହେଲେ ସେ ମାନବ ପ୍ରେମୀ
ଜାଗରେ ଭାରତ ଉଦ୍ଯୋଗୀ ଦଳ,
ଛୁଟାଅ ସଂଗୀତ ଧ୍ବନି…. |୧|

ସେହି ପ୍ରଭୁରାଜ ଅଧୁରାଜ, ସକଳ ଜୀବନ ସ୍ୱାମୀ
ଆକାଶର ତଳେ ଏକା ସେହି, ପାତକୀ ମୁକତି ଖଣି
ବିଚାରକ ହୋଇ ଆସୁଛନ୍ତି ଦିନେ, ମେଘରେ କିରୁବେ ଘେନି…. |୨|

ତେଜମୟ ସେହି ପ୍ରଭୁ ପୂତ ପଦ ବନ୍ଦି ଯାଅ ଭେଟି ନେଇ
ଦେଇ ତୋଷ ତାଙ୍କୁ ଭଙ୍ଗାଚୂନା ମନ, ଆମ ବଳ ଗାନ ସେହି
‘ଶାଲେ ମର ରାଜା’ ଜୀବନର ପଥ, ମାନବ ମଙ୍ଗଳକାମୀ…. |୩|

ସୂଚୀମାଳାକୁ ଫେରନ୍ତୁ

eto tumo premo prabhu ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମ

 

ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମ
ଜାଣିଛି ବୁଝିଛି ମୁଁ ତ, ତୁମେ ଦୟାମୟ (ଘୋଷା)

ନାମ ବହିଅଛି ତୁମେ ଦୁଃଖହରା ବୋଲି
ମୋ ଦୁଃଖ ହରି ନେଇଛି ଦୟାମୟ ବୋଲି
ତୁମ ନାମ ଜାଣେ ପ୍ରଭୁ ପତିତପାବନ [୧]

ଉଦ୍ଧାରିଲ ମୋତେ ତୁମେ ପାପର ସାଗରୁ
ଧରିଣ ଗୋ ନିଜ ହାତେ ଶାନ୍ତିମୟ ପ୍ରଭୁ
ସେହି ଦିନୁ ଜାଣିଛି ମୁଁ ତୁମେ ଯେ ମହାନ୍ .. |୨|

ଶେଷେ ରଖ ମୋ ମିନତି ମୋ ପାଶେ ରୁହ ଗୋ ନିତି
ଚାଲିବି ମୁଁ ସଦା ତବ ପଦ ଚିହ୍ନ ଦେଖି ଦେଖି |୩|

ସମପିଲି ଦେହ ପ୍ରାଣ ମୋ ଆତ୍ମା ଜୀବନ ..
ବିଶ୍ଵାସୀର ସତ୍ୟ ତୁମେ, ଦେଖାଅ ସତ୍ୟଲୋକ
ସତ୍ୟ କହି ଲଭିବୁ ଆମେ ଚିରନ୍ତନ ଜୀବନ |୪|

ସୂଚୀମାଳାକୁ ଫେରନ୍ତୁ

ehi subha sandhyara kole ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ

 

ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ ଦୟାମୟ
ଜାଳିଛୁ ଆମେ ଭକତି ଦୀପାଳି
ଅରଚନା ତୁମେ ନିଆ ( ଘୋଷା)

ଉଦଯୋଗୀ ପ୍ରାଣର ମୂର୍ଜନା ଆଜି ତୁମେ
ମଉଳା ମନର ପ୍ରେରଣା ପ୍ରଭୁ ତୁମେ
ତୁମରି ଇଙ୍ଗିତେ ଚାଲିବୁ ଆମେ
ପଥ ଦେଖାଅ ହେ ଜ୍ୟୋତିର୍ମୟ | ୧|


ରକତ ଝରାଇ ମୁକ୍ତି ସାଧିଲ ତୁମେ
କଳୁଷିତ ଆମ ଆତ୍ମା ଧୋଇଲ ପ୍ରେମେ
ଗାଇବୁ ତୁମରି ବିଜୟୀ ଗୀତି
ଖୋଲି ଦିଅ ପଥ ହେ ପ୍ରେମମୟ … (୨)

ସୂଚୀମାଳାକୁ ଫେରନ୍ତୁ


E duniara andhara pathe ଏ ଦୁନିଆର ଅନ୍ଧାର ପଥେ

 

ଏ ଦୁନିଆର ଅନ୍ଧାର ପଥେ
ଆଲୋକ ଜାଳିଦିଅ ପ୍ରଭୁ
ଏ ଦୁନିଆର ନୀଳ ପାରାବାରେ
ଭାବନା ମୋତେ ଦିଅ ପ୍ରଭୁ (ଘୋଷା)


ସ୍ଵର୍ଗ ସୁଖ ଛାଡି ପ୍ରଭୁ ଦୀନହୀନ ବେଶରେ
କୋରଡ଼ା ପ୍ରହାର ଦେହେ ବହିଲ ଶ୍ରୀ ଅଙ୍ଗରେ
ଝରଝର ରକ୍ତ ସୂଅ କୁହାଇଲ କୁଶରେ
ଲଲାଟେ କଣ୍ଟା ମୁକୁଟ ପିନ୍ଧିଲେ ଆନନ୍ଦରେ
ସେ ସୁନ୍ଦର ମନ ଭାବିବାକୁ ମନେ ଭାବନା ମୋତେ ଦିଅ ପ୍ରଭୁ ।୧|


ଏ ମହୀମଣ୍ଡଳେ ପ୍ରଭୁ ହୁଅ ତୁମେ ସାଥୀ
ଜଗତର ଚଲାପଥେ ହୁଅ ତୁମେ ଦୀପ୍ତି
ଏ ଦୁନିଆର ଘନ ଅନ୍ଧାରେ ଆଲୋକ ଜାଳିଦିଅ ପ୍ରଭୁ |9|

ସୂଚୀମାଳାକୁ ଫେରନ୍ତୁ


emiti pape budi thibu kete dino ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ

 

ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ
କେବେ ଛାଡ଼ିବୁ ମନ୍ଦ ଗୁଣ
କେବେ ହେବୁ ପରିବର୍ତ୍ତନ
କେବେ ଭଜିବୁ ଯୀଶୁ ନାମ
କେବେ କରିବୁ ତାଙ୍କ ଧ୍ୟାନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦=

ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳା
ଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳା
ବଦଳାଇ ଦେ ନିଜକୁ ଥାଉ ଥାଉ ବେଳା
ନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳା
ଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)
କେବେ ସଜାଡିବୁ ମନ
କେବେ ହେବୁ ସଂଶୋଧନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୧=

ମାୟା ମରିଚିକା ପଛେ କେତେ ଧାଉଁଥିବୁ
ରଙ୍ଗ ରସ ମତ୍ତତାରେ କେତେ ମାତିଥିବୁ
ଛଳ କୂଟ କପଟରେ କେତେ ବୁଡିଥିବୁ
ଅସାର ପଥରେ କେତେ ବାଟ ଚାଲୁଥିବୁ
ଛାଡ଼ି ଏ ମିଛ ଦୁନିଆ ଯୀଶୁ ପାଶେ ତୁ ଫେରିଆ (୨ଥର)
ଦେବେ ତୋତେ ପରିତ୍ରାଣ
ଧନ୍ୟ ହେବ ତୋ ଜୀବନ
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୨=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ (ଶିକ୍ଷକ)
କଣ୍ଠଦାନ – ବାବୁନ୍ ପାଣି

ସୂଚୀମାଳାକୁ ଫେରନ୍ତୁ

ey groohe aasho he prabhu posi aaso ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ,

 

(ସ୍ୱର : ଦୁଆରେ ଉଭା ନ ହୋଇ)

ଏ ଗୃହେ ଆସ ହେ ପ୍ରଭୁପଶି ଆସ ଭିତରେ,

ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ ।

 

 ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି,

କାଢ଼ି ଦିଅ ବନ୍ଧୁ ମୋରତୁମ ଶକ୍ତି ବଳରେ । ୧ ।

ଯଦି ଅସାର ଏ ଧରା କରିଥାଏ ପଥହରା,

ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ ।

ଏହି ବିଶ୍ୱ ଖେଳ ଶେଷେ ନିଅ ପ୍ରଭୁ ତବ ଦେଶେ,

ଏହି ପରିବାର ସଦା ରହୁ ତବ ପାଶରେ । ୩ ।

ey nobo joubono bayasa ଏ ନବ ଯୌବନ ବୟସ, ଦିନୁଁ ଦିନ ତାର ହୁଅଇ ହ୍ରାସ

 

ଏ ନବ ଯୌବନ ବୟସଦିନୁଁ ଦିନ ତାର ହୁଅଇ ହ୍ରାସ,

ହେବ ଆଗମନ ଦାରୁଣ ଦୁର୍ଦ୍ଦିନ,

ହେବ ଆସି ଜରାବସ୍ଥା ପ୍ରବେଶ । ଘୋଷା । 

 

ଏଣୁ ହେବ ଦୃଷ୍ଟି ଅନ୍ଧାର ନିରନ୍ତର ବହିବ ନୀର,

ଦନ୍ତ ହେବ କ୍ଷୀଣଶକ୍ତି ହେବ ହୀନ,

ଗୋଟି ଗୋଟି ହୋଇ ପାଚିବ କେଶ    ା ୧ ।

ଥ ର ହର ହେବ ଶରୀରଭୟ ହେବ ଉଚ୍ଚ ସ୍ଥାନର,

ଆଉ ବାଟେ  ଘାଟେ କରତେ ଯାଆସ,

ନିୟତ ଜନ୍ମିବ ମନରେ ତ୍ରାସ     ା ୨ ।

ଏହି କି ସୁନ୍ଦର ବଦନଧୂଳି ଦେହ ପୂର୍ବ ସମାନ,

ଆତ୍ମାଦାତାଠାରେ ଆତ୍ମା ଫେରିଯିବ

ଯେଣୁ ଏ ତାହାର ଅଟେ ପ୍ରବାସ । ୩ । 

 

ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,

ଅବା ବୃଦ୍ଧକାଳେ ପଡ଼ିଣ ଜଞ୍ଜାଳେ 

ବୋଲିବ ଏଥିରେ ନାହିଁ ହରଷ । ୪ ।