ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ

ମଙ୍ଗଳମୟ ପ୍ରଭୁ ତୁମେ

କରୁଣାମୟ ଯୀଶୁ ତୁମେ

ପାଇଛୁ ଯାହା ଜୀବନେ ଆମ

ସବୁ ତ ତୁମରି କରୁଣା ଦାନ

ଜୀବନଦାତା ପ୍ରଭୁ ତୁମେ

ମୁକତିଦାତା ଯୀଶୁ ତୁମେ

କୁଶେ ଚଢିଲେ ଜୀବନ ଦେଲ

ତୁମ ପ୍ରେମ ଅନୁପମ

ଭୁଲିବିନି କେବେ ପ୍ରଭୁ ତୁମରି ପ୍ରେମ

ପାଇଛୁ ଯାହା ମଙ୍ଗଳ ଦାନ

ଦେବାକୁ ପ୍ରଭୁ ଚରଣେ ତୁମ

ନାହିଁ କିଛି ପ୍ରତିଦାନ