ଯୀଶୁଙ୍କ ସ୍ୱଭାବ ଧରିବି – ପଛେ ଚାଲିବି,

ତାଙ୍କ ପରି ଜଗତେ ଜୀବନ ମୁଁ କାଟିବି । ଘୋଷା ।

ସ୍ୱର୍ଗ ସୁଖ ତ୍ୟାଗ କରି            ଆସିଲେ ଦରିଦ୍ର ପରି,

ମୁହିଁ ସୁଖ ତୁଚ୍ଛ କରି କିପାଇଁ ନ ପାରିବି । ୧ 

ପରର ମଙ୍ଗଳ ପାଇଁ ଛାଡ଼ି ମାତା ବନ୍ଧୁ ଭାଇ 

ବୁଲିଲେ ବିଦେଶେ ଯାଇମୁଁ କିପାଁ ନ କରିବି । ୨ 

ଦୁଃଖୀ ଦୁଃଖେ ଦୁଃଖୀ ହେଲେ ଦୟା କରି ଦୁଃଖ ନେଲେ

କଥା କହି ଶାନ୍ତି ଦେଲେମୁଁ କିପାଁ ନ କରିବି । ୩ 

ଦୁଃଖ ନିନ୍ଦା ସେ ସହିଲେ,          ଫେରି ପଦେ ନ କହିଲେ,

ଶତ୍ରୁକୁ କ୍ଷମା କରିଲେମୁଁ କିପାଁ ନ କରିବି । ୪ 

ଶାସ୍ତ୍ରପାଠେ ପ୍ରାର୍ଥନାରେ ଉପଦେଶ ଭାବନାରେ 

କାଟିଲେ କାଳ ସଂସାରେମୁଁ କିପାଁ ନ କରିବି । ୫ 

ପାପକୁ ସେ ଜୟ କଲେ ଆପଣାର ଆତ୍ମା ବଳେ;

ତାଙ୍କ ଉପକାର ବଳେମୁହିଁ କରି ପାରିବି । ୬ ।